ନ୍ୟୁଜ ଡେକ୍ସ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ର ଧନୁଯାତ୍ରା ଦେଖିବାକୁ ଆସିବେ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଆନନ୍ଦ ଉଠାଇବେ। ଏନେଇ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ହେଲିକପ୍ଟରରେ ଭୁବନେଶ୍ୱର ବିମାନବନ୍ଦରରୁ ଝାରସୁଗୁଡ଼ା ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ବରଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି। ଧନୁଯାତ୍ରା ମହୋତ୍ସବ ପାଇଁ ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି କରିଥିବା ଓ ନିମନ୍ତ୍ରଣ ପାଇ ସେଠାକୁ ଯାଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ l ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ଧନୁଯାତ୍ରାକୁ ଏଥର ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ସହ ଯାତ୍ରାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ ଆସିବେ ବୋଲି ସେ କହିଥିଲେ। ସେହିପରି ବିଧାୟକ ଶ୍ରୀ ଷଡ଼ଙ୍ଗୀ ଏ ଯାତ୍ରା ବରଗଡ଼ର ଅସ୍ମିତାର ଯାତ୍ରା, କୃଷକ ଓ ବୁଣାକାରଙ୍କ ଯାତ୍ରା। ଯାତ୍ରାକୁ ମାନ୍ୟତା ଦେବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ଓ ସ୍ଥାୟୀ ଗେଟ୍ ନିର୍ମାଣ ହୋଇଛି।
