ନ୍ୟୁଜ ଡେକ୍ସ : ଆଜି ବର୍ଷର ଶେଷ ସୂର୍ଯ୍ୟୋ ପରାଗ । ବର୍ଷର ଶେଷ ସୂର୍ଯ୍ୟରାଗ ସେପ୍ଟେମ୍ବର ୨୧ ତଥା ଆଜି ରାତିରେ ହିଁ ହେବ । ଏହି ଗ୍ରହଣ ରାତି ୧୧ ଟାରେ ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ରେ ଭୋର ୩:୨୩ ରେ ଶେଷ ହେବ । ଆଜି ଆଉ ଏକ ସ୍ୱର୍ଗୀୟ ଘଟଣା ଘଟିବାକୁ ଯାଉଛି । ଆଜି ରାତିରେ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟପରାଗ ହେବ ।
ତେବେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହା କେବଳ ପ୍ରଶାନ୍ତ ମହାସାଗର, ଆଣ୍ଟାର୍କଟିକା ଓ ନ୍ୟୁଜିଲାଣ୍ଡର ଅନେକ ଅଞ୍ଚଳରେ ଏହା ଆଂଶିକ ରୂପେ ଦେଖାଯିବ ।ଭାରତୀୟ ସମୟ ପ୍ରାୟ ରାତି ୧୧ଟାରେ ସୂଯ୍ୟୋପରାଗ ଆରମ୍ଭ ହୋଇ ୩ଟା ୨୩ ବେଳକୁ ଶେଷହେବ। ରାତି ୧ଟା ୧୨ ସମୟରେ ଏହା ସର୍ବାଧିକ ପରାଗ ସଂଘଟିତ ହେବ ।
ତେଣୁ, ସୂତକ ସମୟ ବୈଧ ହେବ ନାହିଁ । ତଥାପି, ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ଦିନଟି ଅଶାନ୍ତ ରହିବ । କନ୍ୟା, ମୀନ, ଧନୁ ଏବଂ ମିଥୁନ ରାଶିର ଲୋକମାନେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କ୍ୟାରିଅର, ସମ୍ପର୍କ ଏବଂ ସ୍ୱାସ୍ଥ୍ୟରେ ଉତ୍ଥାନ-ପତନ ହେବ, ଯେତେବେଳେ ବୃଷ ଏବଂ ତୁଳା ରାଶି କିଛି ଆଶ୍ୱସ୍ତି ଏବଂ ସୁଯୋଗ ଅନୁଭବ କରିପାରନ୍ତି ।
