Sat. Feb 21st, 2026

ନ୍ୟୁଜ ଡେକ୍ସ : ଦେଶବାସୀ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ସଜୀବ ସଂଲାପର ସାକ୍ଷୀ ହେବେ। ସକାଳ ୧୧ଟା ସମୟରେ ଆକାଶବାଣୀର ପ୍ରସିଦ୍ଧ କାର୍ଯ୍ୟକ୍ରମ ‘ମନ୍‍ କୀ ବାତ୍‍’ ର ୧୩୦ତମ ସଂସ୍କରଣ ମାଧ୍ୟମରେ ସେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ।ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ରରେ ସିଧାସଳଖ ପ୍ରସାରଣ ହେବ।

ଏହା ସହ ଆକାଶବାଣୀ ସମ୍ବାଦର ୱେବସାଇଟ୍‍, ‘ନ୍ୟୁଜ୍‍ ଅନ୍‍ ଏ.ଆଇ.ଆର୍‍’ ମୋବାଇଲ୍‍ ଆପ୍‍, ଡି.ଡି. ନ୍ୟୁଜ୍‍, ପି.ଏମ୍‍.ଓ. ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆଧିକାରିକ ୟୁଟ୍ୟୁବ୍‍ ଚ୍ୟାନେଲ୍‍ରେ ମଧ୍ୟ ଲାଇଭ୍‍ ଷ୍ଟ୍ରିମିଙ୍ଗ୍‍ ହେବ।ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସମାପ୍ତି ପରେ ଏହି କାର୍ଯ୍ୟକ୍ରମକୁ ଦେଶର ବିଭିନ୍ନ ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ଏହା ସହିତ ଆଞ୍ଚଳିକ ଭାଷାର ଭାଷାନ୍ତର ଆଜି ରାତି ୮ଟାରେ ପୁଣିଥରେ ପ୍ରସାରଣ ହେବ।

‘ମନ୍‍ କୀ ବାତ୍‍’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ସମାଜ, ଦେଶର ସଫଳତା, ସାଧାରଣ ନାଗରିକଙ୍କ ପ୍ରେରଣାଦାୟକ କାହାଣୀ ଓ ଦେଶ ଉନ୍ନତି ସହିତ ସଂପୃକ୍ତ ବିଷୟଗୁଡ଼ିକୁ ସାମ୍ନାକୁ ଆଣନ୍ତି। ଆଜିର କାର୍ଯ୍ୟକ୍ରମକୁ ନେଇ ଦେଶବ୍ୟାପୀ ଉତ୍ସୁକତା ଦେଖାଯାଉଛି।

Leave a Reply

Your email address will not be published. Required fields are marked *