Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି। ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ଉଭୟ ବିରୋଧୀ ଓ ଶାସକଙ୍କ ପାଇଁ ଏହି ଅଧିବେଶନ ବେଶ୍ ଗୁରୁତ୍ବ ବହନ କରୁଛି।

ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ସେହିପରି ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀଙ୍କ ବୈଠକ ହେବ। ଆସନ୍ତାକାଲି ପୃଥକ ସ୍ଥାନରେ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ବୈଠକ ହେବ। ସରକାରଙ୍କୁ ଶାଣିତ ଆକ୍ରମଣ କରିବାକୁ ଯୋଜନା କରିବେ ଉଭୟ ବିଜେଡି ଓ କଂଗ୍ରେସ। ୧୭ରେ କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ବସିବ ବୈଠକ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।

ଅନ୍ୟପଟେ ୧୭ ତାରିଖରେ ବିଜେପି ବିଧାୟକମାନଙ୍କ ବୈଠକ ବସିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବୈଠକରେ ଉପସ୍ଥିତ ରହିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। BJP ସା. ସମ୍ପାଦକ (ସଂଗଠନ) ମାନସ ମହାନ୍ତି ମଧ୍ୟ ଉପସ୍ଥିତ ରହିବେ। ସେହିପରି ୧୭ତାରିଖ ଅପରାହ୍ନ ୫ଟାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ନୂଆଦିଲ୍ଲୀରେ ଅଛନ୍ତି।

Leave a Reply

Your email address will not be published. Required fields are marked *