ନ୍ୟୁଜ ଡେକ୍ସ୍: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର ମାତ୍ର କିଛି ସମୟ ପରେ ପାକିସ୍ତାନ ପୁଣି ଥରେ ନିଜର ରଙ୍ଗ ବଦଳାଇଛି । ଭାରତୀୟ ସେନା ପାକିସ୍ତାନର କିଛି ବିକ୍ଷିପ୍ତ ଡ୍ରୋନ ଆକ୍ରମଣର ମୁହଁତୋଡ ଜେବାବ ଦେଇଛି । ତେବେ ଏସବୁ ଭିତରେ ଆଜି ଦୁଇ ଦେଶ ମଧ୍ୟରେ ଡିଜିଏମଓସ୍ତରୀୟ ଆଲୋଚନା ହେବାକୁ ଯାଉଛି ।
ପାକିସ୍ତାନର ଡିଜିଏମଓ ସହ ହଟ୍ ଲାଇନରେ ଆଲୋଚନା ହୋଇଥିଲା । ଏହା ପରେ ଯୁଦ୍ଧବିରତି ବିଷୟରେ ଆଲୋଚନା ହୋଇଥିଲା। ତେବେ ଆଜି ପୁଣି ଥରେ ଭାରତ ଏବଂ ପାକିସ୍ତାନ ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଯାହା ପରେ ଭାରତ ତାର ଭବିଷ୍ୟତ ରଣନୀତି ସ୍ଥିର କରିବ। ଏବେ ସଭିଙ୍କ ନଜର ଆଜିର ଡିଜିଏମଓ ସ୍ତରୀୟ ବୈଠକ ଉପରେ ରହିଛି । ଡିଜିଏମଓ ବୈଠକରେ ଭାରତର ସନ୍ଦେଶ ସ୍ପଷ୍ଟ. କେବଳ ଗୋଟିଏ ପ୍ରସଙ୍ଗ ପିଓକେକୁ ଭାରତରେ ସାମିଲ କରିବା ଉପରେ ଆଲୋଚନା ହୋଇ ପାରିବ। ତା ବାଦ୍ ଅନ୍ୟ କୌଣସି ପ୍ରସଙ୍ଗରେ ଭାରତ ଆଲୋଚନା ହେବ ନାହିଁ। ଯଦି ଆତଙ୍କବାଦୀ ହସ୍ତାନ୍ତର କରିବା ପ୍ରସଙ୍ଗରେ ଆଲୋଚନା କରାଯାଏ ତେବେ ଭାରତ ଆଲୋଚନା କରିବାକୁ ପ୍ରସ୍ତୁତ।
ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ ନୁହେଁ। ଆମକୁ ମଧ୍ୟସ୍ଥତାରର ଆବଶ୍ୟକତା ବି ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ପାକିସ୍ତାନ ଏହି ଚୁକ୍ତିନାମା ଉଲ୍ଲଂଘନ କରିଛି। ଏହାର ମୁହଁତୋଡ ଜବାବ ଦେଇଛ୍ନତି ଭାରତୀୟ ସେନା । ସେ କହିଛନ୍ତି ଯଦି ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ ହୁଏ, ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେବ। ଡିଜିଏମଓ କହିଛନ୍ତି ଯେ ସେନା ମୁଖ୍ୟ ଭାରତୀୟ ସେନାକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ।

