Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାରତୀୟ ସେନାର ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ‘ଅପରେସନ ସିନ୍ଦୂର’ ନେଇ ‘ଏକ୍ସ’ ଜରିଆରେ କରିଛନ୍ତି ପ୍ରଶଂସା । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ । ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି ।

ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି । ଆମେ ସେନାର ସାହସକୁ ନମନ କରୁଛୁ । ଆମେ ସେନା ସହିତ ଅଛୁ । ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ । ଜୟ ହିନ୍ଦ୍ । ଭାରତ ମାତା କୀ ଜୟ । ସେ ଆହୁରି ଲେଖିଛନ୍ତି ଯେ, ”ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି । ଆମେ ସେନାର ସାହସକୁ ନମନ କରୁଛୁ । ଆମେ ସେନା ସହିତ ଅଛୁ । ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ । ଜୟ ହିନ୍ଦ । ଭାରତ ମାତାକୀ ଜୟ ।” ଅନ୍ୟପଟେ, ଅପରେସନ ସିନ୍ଦୁର କୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ସେ ଭାରତୀୟ ସେନାର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ମଧ୍ୟରାତ୍ରିରେ ‘ଅପରେସନ ସିନ୍ଦୁର’ ମାଧ୍ୟମରେ ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି ।

Leave a Reply

Your email address will not be published. Required fields are marked *