Tue. Oct 21st, 2025

ନ୍ୟୁଜ ଡେକ୍ସ : ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳ ଚିନ୍ତୁରରେ ମଙ୍ଗଳବାର ଭୋର ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବିଏସଏଫ (BSF) ଯବାନଙ୍କ ମୃତ୍ୟୁ ଓ ୬ ଯବାନ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ମୃତ ଯବାନଙ୍କ ନାମ ଗୌରବ ପାଣ୍ଡେ (୧୪୨ ବାଟାଲିୟନ) ବୋଲି ପରିଚୟ ମିଳିଛି। ସେ ଛୁଟି ସାରି ମାଲକାନଗିରି ଫେରୁଥିଲେ।

ବିଳମ୍ବିତ ରାତିରେ ଖମ୍ମମରୁ ବାଲିମେଳା ଯାଉଥିବା ବେଳେ ତାଙ୍କ ଇନୋଭା କାର ଚିନ୍ତୁର ମଣ୍ଡଳର ଚାଟି ଗୋରେଲାଗୁଡେମ୍ କୁନାଭାରାମ ଜଙ୍କସନ ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଖାଇଥିଲା।ଧକ୍କାର ତିବ୍ରତା ଏତେ ଭୟାବହ ଥିଲା ଯେ ଗୌରବ ପାଣ୍ଡେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଅନ୍ୟ ୬ ଜଣ ଯବାନ ଗୁରୁତର ଆହତ ହୋଇଥିଲେ।

ପ୍ରଥମେ ସେମାନଙ୍କୁ ଚିନ୍ତୁର ସରକାରୀ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଇଥିଲା, ପରେ ସେମାନଙ୍କୁ ଭଦ୍ରାଚଳମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।ଚିନ୍ତୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମାମଲା ରୁଜୁ କରିଛି ଏବଂ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *