Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ଟ୍ରମ୍ପଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି । ବହୁ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ରମ୍ପଙ୍କୁ ଦ୍ବିତୀୟ ଇନିଂସ୍ ଲାଗି ଶୁଭକାମନା ଜଣାଇଛନ୍ତି ।

‘ଏକ୍ସ’ରେ ମୋଦୀ ଲେଖିଛନ୍ତି, ‘ମୋର ପ୍ରିୟ ମିତ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ରୂପେ ଆପଣଙ୍କ ଐତିହାସିକ ଉନ୍ମୋଚନ ଅବସରରେ ବଧେଇ! ମୁଁ ପୁଣିଥରେ ଏକାଠି ମିଶି କାମ କରିବାକୁ ଉଭୟ ଦେଶଙ୍କୁ ଲାଭାନ୍ୱିତ କରିବାକୁ ଓ ବିଶ୍ୱ ନିମନ୍ତେ ଆହୁରି ଭଲ ଭବିଷ୍ୟକୁ ଆକାର ଦେବା ପାଇଁ ତତ୍ପର। ଆଗାମୀ ସଫଳ କାର୍ଯ୍ୟକାଳ ନିମନ୍ତେ ଶୁଭକାମନା’। ଆଜି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଉପରାଷ୍ଟ୍ରପତି ଭାବରେ ଜେଡି ଭାନ୍ସ ଶପଥ ନେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଜନ ରବର୍ଟ ଟ୍ରମ୍ପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମା’ଙ୍କ ପାଖରୁ ମିଳିଥିବା ବାଇବେଲ୍ ଧରି ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଏହା ପୂର୍ବରୁ ଆମେରିକା ନିର୍ବାଚନରେ ବିଜୟ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ନିର୍ବାଚନରେ ବିଜୟୀ ହେବା ପରେ ଟ୍ରମ୍ପଙ୍କୁ ମୋଦୀ ଫୋନ୍ କରିଥିଲେ । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ପିଏମ ମୋଦୀ ଏକ୍ସରେ ଲେଖିଥିଲେ, ‘ମୋ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଭଲ ଆଲୋଚନା ହୋଇଛି । ତାଙ୍କୁ ମୁଁ ଶୁଭେଚ୍ଛା ଜଣାଇଛି । ପ୍ରଯୁକ୍ତି, ଶକ୍ତି, ଅନ୍ତରୀକ୍ଷ ଏବଂ ଅନ୍ୟ କ୍ଷେତ୍ରରେ ଭାରତ ଓ ଆମେରିକା ସମ୍ବନ୍ଧକୁ ଅଧିକ ମଜଭୁତ କରିବା ଦିଗରେ ପୁଣି ମିଳିମିଶି କାର୍ଯ୍ୟ କରିବାକୁ ମୁଁ ଉତ୍ସୁକ ।’

Leave a Reply

Your email address will not be published. Required fields are marked *