Wed. Oct 22nd, 2025

ନ୍ୟୁଜ ଡେକ୍ସ : ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଆମ ଶାସନ ବ୍ୟବସ୍ଥା। ଲୋକସେବା ଭବନରେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ। ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବେନି।

ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ। ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ।ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ। ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯିବ। ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଜନତାଙ୍କ ନିକଟରେ ସମସ୍ତ ସରକାରୀ ସେବା କିପରି ପହଞ୍ଚିବ ଯୋଜନାର ସଫଳ ରୂପାୟନ କିପରି ହେବ ସମସ୍ୟା ଥିଲେ କିଭଳି ସମାଧାନ ହେବ ଜନତାଙ୍କ ଠାରୁ ସରକାର ସିଧାସଳଖ ମତାମତ ନେବେ।ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଓ ଅଧିକାରୀମାନେ ଜନତାଙ୍କୁ ଫୋନ୍ କରି ମତାମତ ନେବେ। ମୋବାଇଲକ୍ ଆପ୍ ମାଧ୍ୟମରେ ନିଆଯିବ ମତାମତ।

Leave a Reply

Your email address will not be published. Required fields are marked *