Wed. Oct 22nd, 2025

ନ୍ୟୁଜ ଡେକ୍ସ : ଆରବ ସାଗରର ଗଭୀର ସମୁଦ୍ର ମଝିରେ ଏକ ନୂଆ ବାତ୍ୟା ସୃଷ୍ଟି ହୋଇଛି। ପାଣିପାଗ ବିଭାଗ (IMD) ଅନୁସାରେ, ଏହି ନିମ୍ନ ଚାପ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ଏହା ୨୦୨୫ର ବାତ୍ୟା ଋତୁର ପ୍ରଥମ ବାତ୍ୟା ହୋଇପାରେ।IMD ଆକଳନ କରିଛି ଯେ, ବାତ୍ୟାଟି ସମୁଦ୍ର ମଝିରୁ ତଳମୁହାଁ ଆଡକୁ ଗତି କରୁଥିବାରୁ ଓଡ଼ିଶାରେ କୌଣସି ପ୍ରଭାବ ପଡିବା ନାହିଁ।

ତେବେ ଗୁଜୁରାଟରେ ବର୍ଷା ଓ ପବନର ଗତି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି, ଘଣ୍ଟା ପ୍ରତି ପବନର ବେଗ ୧୨୦ରୁ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।ଯେହେତୁ ବାତ୍ୟାଟି ସୁମଦ୍ର ମଝିରେ ସୃଷ୍ଟି ହୋଇଛି ଏବଂ ତଳମୁହାଁ ଆଡକୁ ଗତି କରୁଛି ତେଣୁ ବିପଦ ସଙ୍କେତ ନାହିଁ । ଗୁଜୁରାଟ ରେ ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ।

ଘଣ୍ଟାପ୍ରତି ପବନର ବେଗ ୧୨୦ ରୁ ୧୪୦ କିମି ରହିଛି । ଖୁବଶୀଘ୍ର ଆରବ ସାଗରରେ ନୂଆ ବାତ୍ୟା ରୂପ ନେବାର ସୂଚନା ମିଳିଛି। ଗଲ୍ଫ୍ ଅଫ୍ କଚ୍ଛ ନିକଟରେ ସୃଷ୍ଟ ସ୍ପଷ୍ଟ ନିମ୍ନ ଚାପ ଶୁକ୍ରବାର ଉତ୍ତର-ପୂର୍ବ ଆରବ ସାଗରରେ ପ୍ରବେଶ କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଗାମୀ ୧୨ ଘଣ୍ଟାରେ ଏହା ବାତ୍ୟା ରୂପ ନେବାର ଆଶଙ୍କା ରହିଛି, ଯାହା ଚଳିତ ବାତ୍ୟା ଋତୁର (୨୦୨୫) ପ୍ରଥମ ବାତ୍ୟା ହେବ।

Leave a Reply

Your email address will not be published. Required fields are marked *