Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ସରକାର ମହିଳାମାନଙ୍କ ସଶକ୍ତିକରଣ ଦିଗରେ ଆଉ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର “ଆମ ସୁବାହକ” ବା “ଆତ୍ମନିର୍ଭର ମହିଳା ସୁବାହକ” ଯୋଜନା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ।ଏହି ଯୋଜନା ଅଧୀନରେ ଡ୍ରାଇଭିଂ ବୃତ୍ତିରେ ଆସିବାକୁ ଇଚ୍ଛୁକ ମହିଳାମାନଙ୍କୁ ସରକାର ଚାରି ଚକିଆ ଯାନ କିଣିବା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇବ।

ଯଦି କୌଣସି ମହିଳା ଇଲେକ୍ଟ୍ରିକ ଭେହିକଲ୍‌ (EV) କିଣନ୍ତି, ସେମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଏହା ସହିତ ସଡ଼କ ଟିକସ ଓ ପଞ୍ଜିକରଣ ଫି ମଧ୍ୟ ସରକାର ଛାଡ଼ ଦେବ। ସୂଚନା ଅନୁସାରେ, ଏହି ଯୋଜନା ଅଗାମୀ ୪ ବର୍ଷରେ ମୋଟ ୧୧୦୦ ମହିଳାଙ୍କୁ ଲାଭାନ୍ବିତ କରିବ। ପ୍ରଥମ ବର୍ଷରେ ୨୦୦, ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଏବଂ ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ କାର୍ କିଣିବା ପାଇଁ ଋଣ ସୁବିଧା ମିଳିବ।

ଏହି ଯୋଜନା ପାଇଁ ସରକାର ୪୬ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବା ଆକଳନ ହୋଇଛି। “ଆମ ସୁବାହକ” ଯୋଜନା ୨୦୨୩ ଡିସେମ୍ବରରେ ଆରମ୍ଭ ହୋଇଥିବା ପାଇଲଟ୍ ପ୍ରକଳ୍ପର ଏକ ବିସ୍ତାର। ସେଥିରେ ପୂର୍ବରୁ ୩୦ ଜଣ ମହିଳାଙ୍କୁ ଡ୍ରାଇଭିଂ ତାଲିମ ଦିଆଯାଇଥିଲା। ଏବେ ଏହାକୁ ରାଜ୍ୟସ୍ତରରେ ବିସ୍ତାର କରାଯିବ। ଏହି ସ୍କିମ୍‌ର ଲାଭ ପାଇବେ ୨୧ ରୁ ୪୦ ବର୍ଷ ବୟସର ମହିଳା, ଯାହାଙ୍କର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ।

Leave a Reply

Your email address will not be published. Required fields are marked *