Sat. Feb 21st, 2026

ନ୍ୟୁଜ ଡେକ୍ସ : ଆସନ୍ତାକାଲିଠାରୁ ଓଡ଼ିଶା ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ। ଏହା ପୂର୍ବରୁ ଆଜି ବିଧାନସଭା ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଏହି ବୈଠକରେ ଗୃହକୁ ସୁଚାରୁ ଭାବେ ଚଲାଇବା ପାଇଁ ସବୁ ଦଳର ସହଯୋଗ ଲୋଡାଯିବ। ବିଧାନସଭା ଅଧିବେଶନ ସମୟରେ ସୁସ୍ଥ ଓ ଗଠନାତ୍ମକ ଆଲୋଚନା ପାଇଁ ସମସ୍ତ ଦଳଙ୍କୁ ଆହ୍ୱାନ କରିବେ ବାଚସ୍ପତି।

ସେହିଭଳି ଆଜି ସନ୍ଧ୍ୟାରେ ବିଭିନ୍ନ ରାଜନୈତିକ ଦଳ, ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ଏହି ବୈଠକରେ ସେମାନେ ବିଧାନସଭା ଅଧିବେଶନ ପାଇଁ ନିଜ ନିଜ ରଣନୀତି ଚୂଡାନ୍ତ କରିବେ। ଶାସକ ଓ ବିରୋଧୀ ଦଳ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବେ, ସେଥିପାଇଁ ଆଜି ହେଉଥିବା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ।

ଏହି ବଜେଟ୍ ଅଧିବେଶନ ଫେବ୍ରୁଆରି ୧୭ ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଅଧିବେଶନର ଔପଚାରିକ ଆରମ୍ଭ ହେବ। ଫେବ୍ରୁଆରି ୨୦ ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିବେ। ଏହାକୁ ନେଇ ରାଜ୍ୟର ରାଜନୀତି ମହଳରେ ଆଗରୁ ହିଁ ଚର୍ଚ୍ଚା ଓ ଉତ୍ସୁକତା ଦେଖାଦେଇଛି।

Leave a Reply

Your email address will not be published. Required fields are marked *