Fri. Oct 24th, 2025

ନ୍ୟୁଜ ଡେକ୍ସ : ଆନ୍ଦୋଳନକୁ ଓହ୍ଲାଇଇଲେ ସଫେଇ କର୍ମଚାରୀ । ସଫେଇ ମଜଦୂର ସଂଘ ପକ୍ଷରୁ ଦିଆଯାଇଥିଲା ଆନ୍ଦୋଳନ ଡାକରା । ଦରମା ବୃଦ୍ଧି, ବୋନସ ଦାବିରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ୫ ହଜାର ସଫେଇ କର୍ମଚାରୀ ଏକାଠି ହୋଇ ନେଇଛନ୍ତି ନିଷ୍ପତ୍ତି ।

ଦାବି ନଶୁଣିଲେ ମଙ୍ଗଳବାରଠୁ ହେବ ଝାଡୁ ବନ୍ଦ ଆନ୍ଦୋଳନ । ତେବେ ସୂଚନା ମୁତାବକ, ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ଅନର୍ଦ୍ଧିଷ୍ଟ କାଳ ଯାଏ ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ । ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି । ଧାରଣାରେ ବସିବେ ସଫେଇ କର୍ମଚାରୀ ।ଏଥିରେ ଜାଗୃତି, ଗ୍ରୀନ ସର୍କଲ, ପିଏଚଆର୍‌, ପିଏମଆର, ଆୱାର ଲ୍ୟାଣ୍ଡ, ହର୍ସବର୍ଦ୍ଧନ, ଲାୟନ୍ସ, ପ୍ରତ୍ୟୁଷ ଓ ସୁଲଭ ଏଜେନ୍ସି ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବେ ।

ମୃତ୍ୟୁ ପରେ ଅନୁଦାନ, ଇପିଏଫ୍‌, ଇଏସ୍‌ଆଇ ଓ ଦରମା ବୃଦ୍ଧି ସାଙ୍ଗକୁ ସଫେଇ କର୍ମଚାରୀଙ୍କୁ ବୋନସ ଦେବାକୁ ଦାବି କରାଯାଇଛି ।୨୦୨୪ରେ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୋନସ ମିଳିଥିଲା । କିନ୍ତୁ ଚଳିତ ବର୍ଷ ବିଏମ୍‌ସି କର୍ତ୍ତୃପକ୍ଷ ବୋନସ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତ ।

Leave a Reply

Your email address will not be published. Required fields are marked *