Wed. Oct 22nd, 2025

ନ୍ୟୁଜ ଡେକ୍ସ : ଅଗଷ୍ଟ ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର କିସ୍ତି । ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି ।

୨୮ ତାରିଖ ‘ନୂଆଁଖାଇ’ ପଡୁଥିବାରୁ ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଏହା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।କ୍ଷୁଦ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରରୁ ଏହି ଟଙ୍କା ବଣ୍ଟା ଯାଉଛି ।ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରହିଛି ରାଜ୍ୟର ସମସ୍ତ ଚାଷୀ ଓ ମହିଳାଙ୍କୁ ସଶକ୍ତ କରିବା । ଏ ଉଦ୍ଦେଶ୍ୟ ରଖି ସରକାରଙ୍କ ତରଫରୁ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି ।

ତେବେ ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ ବୋଲି ସୂଚନା ରହିଛି । ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ ।ସୂଚନାଯୋଗ୍ୟ, ଗତବର୍ଷ ‘ନୂଆଁଖାଇ’ ଅବସରରେ ରାଜ୍ୟ ସରକାର ସିଏମ୍‌-କିଷାନ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *