ନ୍ୟୁଜ ଡେକ୍ସ: ମୌସୁମୀ ଫେରିବା ପରେ ରାଜଧାନୀ ଭୁବନେଶ୍ୱରକୁ ସଅଳ ଶୀତ ଋତୁକୁ ଟାଣି ଆଣିଛି ବାତ୍ୟା ଦାନା। ସକାଳୁ ସକାଳୁ କୁହୁଡି ଦେଖିବାକୁ ମିଳୁଥିବା ବେଳେ ରାତିରେ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି।
ଏଭଳି ଶୀତୁଆ ପାଗକୁ ଆହୁରି ମଜାଦାର କରିବାକୁ ଖୁବଶୀଘ୍ର ରାଜଧାନୀକୁ ଫେରୁଛି ପଥୋତ୍ସବ। ତେବେ ସୂଚନା ମୁତାବକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶରେ ଆସନ୍ତା କାଲି ମାଷ୍ଟର କାଣ୍ଟିନ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡିଆ ଯାଏ ପଥୋତ୍ସବ କରାଯିବ। ସକାଳ ୭ଟା ୩୦ରୁ ୧୦ଟା ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବା ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଚଳିତବର୍ଷ ପଥୋତ୍ସବ କାର୍ଯ୍ୟକ୍ରମରେ ଓ୍ବାକାଥନ୍ ମଧ୍ୟ କରାଯିବ। ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏହି ପ୍ରୟାସ କରାଯାଇଛି। ୧୭ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଏଥିରେ ସାମିଲ ହେବାକୁ କୁହାଯାଇଛି। ଏନେଇ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।