Sat. Feb 21st, 2026

ନ୍ୟୁଜ ଡେକ୍ସ :ଆସନ୍ତାକାଲି ବସିବ ସୁଭଦ୍ରା ସମୀକ୍ଷା ବୈଠକ। ଏହି ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀ ସାମିଲ ହେବେ କି ନାହିଁ ଆଲୋଚନା ହେବ। ଏନେଇ ତିନି ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ପରିବହନ ଖାଦ୍ୟ, ଯୋଗାଣ, ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା।

ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଏହା ସହ ତିନି ବିଭାଗକୁ ତଥ୍ୟ ମାଗି ଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ତଥ୍ୟ ।ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଯାନ ଥିବା ମହିଳାଙ୍କ ତଥ୍ୟ ଓ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା ।

ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି, ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ତିନି ବିଭାଗର ରିପୋର୍ଟ ଆଧାରରେ ଆସନ୍ତାକାଲି ବସିବ ସୁଭଦ୍ରା ସମୀକ୍ଷା ବୈଠକ ।

Leave a Reply

Your email address will not be published. Required fields are marked *