Mon. Dec 23rd, 2024

ନ୍ୟୁଜ ଡେସ୍କ: ଭରତପୁର ଥାନା ମାମଲା ନେଇ ଧୀରେ ଧୀରେ ତେଜିଛି ରାଜନୀତି । ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ଭରତପୁର ଥାନା ମାମଲାରେ ମଙ୍ଗଳବାର ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ । ଏନେଇ ସାମ୍ବାଦିକ ସମିଳନୀରେ ଭୁବନେଶ୍ୱର ବନ୍ଦ ଡାକରା ଘୋଷଣା କଲା ବିଜେଡି । ଅତ୍ୟାବଶ୍ୟକ ସେବା ଯେଭଳି ବ୍ୟାହତ ନ ହେବ ସେଥିପ୍ରତି ଦୃଷ୍ଟି ଦେବୁ ବୋଲି କହିଛି ବିଜେଡି ।

ତେବେ ସୂଚନା ମୁତାବକ, ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିବା ସହ ଗଣ୍ଡଗୋଳ ମାମଲାରେ ଗିରଫ ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ଜେଏମଏଫସି-୨ କୋର୍ଟ। ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ। ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ। ତେଣୁ କାହିଁକି କୋର୍ଟ ଚାଲାଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଯାହାର ଉତ୍ତର ଦେଇପାରି ନାହାନ୍ତି ପୁଲିସ ଅଧିକାରୀ ।

ଭୁବନେଶ୍ବର ସୁନ୍ଦରପୁର ଛକ ନିକଟରେ ଗଣ୍ଡଗୋଳ ନେଇ ଚନ୍ଦକା ଥାନାରେ ମାମଲା ହୋଇଥିଲା । ଯାହାକୁ ନେଇ ୭ ଜଣ ଇଞ୍ଜିନିୟିଂ ଛାତ୍ରଙ୍କୁ ଗିରଫ କରିଥିଲା ପୁଲିସ । ଗୋଟିଏ ଗାଡ଼ି ଓ ୧୧ଟି ମୋବାଇଲ ଜବତ କରାଯାଇଥିଲା । ଗୋଟିଏ ଭିଡିଓ ଓ ଦୁଇଟି ଅଡିଓ କ୍ଲିପ ମିଳିଥିବା ବେଳେ ପୁଲିସ ଏହାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *