Thu. Feb 26th, 2026

ନ୍ୟୁଜ ଡେକ୍ସ : ଆସନ୍ତା ୧୭ ତାରିଖରେ ସାରା ଓଡ଼ିଶାରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଅନୁଷ୍ଠିତ ହେବ। ଏହି ପରୀକ୍ଷାକୁ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଏକ ସଦ୍ୟ ବିଜ୍ଞପ୍ତି ଜାରି କରାଯାଇଛି, ଯାହାନୁସାରେ OTET ପେପର-୨ ପରୀକ୍ଷାର ସମୟରେ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ, ବର୍ତ୍ତମାନ ଏହା ଅପରାହ୍ନ ୧ଟା ୩୦ ମିନିଟ୍ ଠାରୁ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ତେବେ OTET ପେପର-୧ର ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପେପର-୧ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ହେବ। ଉଭୟ ପେପରରେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ୫୦ ମିନିଟ୍ ଅଧିକ ସମୟ ଦିଆଯିବ।ଏହି OTET ପରୀକ୍ଷାରେ ଉଭୟ ଇନ୍-ସର୍ଭିସ ଓ ଆଶାୟୀ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରୁଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ୪୫୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ଏଥିରେ OTET ପେପର-୧ ପାଇଁ ୪୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ଓ ପେପର-୨ ପାଇଁ ୧ ଲକ୍ଷ ୧୨ ହଜାର ୬୫୯ ଜଣ ପରୀକ୍ଷାର୍ଥୀ ନାମ ନୋଟ କରାଯାଇଛି। ପରୀକ୍ଷା ସୁଚାରୁ ଭାବେ କରାଇବା ପାଇଁ ସମସ୍ତ ୪୫୨ଟି କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନିଆଯାଇଛି।

Leave a Reply

Your email address will not be published. Required fields are marked *