ନ୍ୟୁଜ ଡେକ୍ସ : ଆସନ୍ତା ୧୭ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ। ବାଲେଶ୍ୱର ଘଟଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ସବୁ ସହରରେ କ୍ୟାଣ୍ଡେଲ ଜାଳି ମୃତା ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରାଯିବ।
ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। କେବଳ ଜରୁରୀ ସେବାକୁ ଛାଡିଲେ ଆଉ ସବୁ ବନ୍ଦ ରହିବ । ଆଜି ସବୁ ସହରରେ କ୍ୟାଣ୍ଡଲ ଲାଇଟ୍ ଜାଳି ଆମର ଆତ୍ମାର ସଦ୍ଗତି କାମନା କରିବେ । ଏଥିରେ ବାମପନ୍ଥୀ ଦଳ ଓ ଏନସିପି ସାମିଲ ହୋଇଛନ୍ତି ।
ବିଜେପି ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣୁନାହାନ୍ତି । ଏସରକାର ନୈତିକ ଦୃଷ୍ଟିରୁ ଶାସନରୁ ଓହରିଯିବା ଦରକାର । ଯାହାକୁ ଘୋର ବିରୋଧ କରିବୁ ବୋଲି କହିଛନ୍ତି ପିସିସି ସଭାପତି ।
