ନ୍ୟୁଜ ଡେକ୍ସ : ସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ ।ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି । ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି ।
ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ତଥ୍ୟ ଯୋଗାଇବା କ୍ଷେତ୍ରରେ କର୍ମଚାରୀ ସଦର ମହକୁମାରେ ରହିବ ।
