ନ୍ୟୁଜ ଡେକ୍ସ: ଗରମରେ ଲାଗିବ ସାମାନ୍ୟ ବ୍ରେକ । ୧୯ରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୯ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟ ଉପରେ ଗୋଟିଏ ନିମ୍ନଚାପ ରେଖାର ପ୍ରଭାବ ରହିବା ହେତୁ ପାଣିପାଗ ବିଭାଗ ପକ୍ଷରୁ ଏପରି ଆକଳନ କରାଯାଇଛି।
୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଗଞ୍ଜାମ, ଗଜପତି, କଟକ ଓ ଖୋର୍ଦ୍ଧାରେ ବର୍ଷା ହୋଇପାରେ ।
ଶନିବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ମାଲକାନଗିରିରେ ୩୫.୬, ଖୋର୍ଦ୍ଧାରେ ୩୫.୫, ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରୀ ତାତି ରେକର୍ଡ ହୋଇଛି । ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ବା ୯ ଡିଗ୍ରୀ ରେକର୍ଡ ହୋଇଥିଲା । ରବିବାରଠାରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
