Thu. Feb 26th, 2026

ନ୍ୟୁଜ ଡେକ୍ସ : ଆସନ୍ତା ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଗସ୍ତରେ ଆସିପାରନ୍ତି। ସେହି ଦିନ ସମବାୟ ବିଭାଗ ପକ୍ଷରୁ ଜନତା ମଇଦାନଠାରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗଦେବାର ସମ୍ଭାବନା ରହିଛି।

ହେଲେ ଏହି ଗସ୍ତ ସମ୍ପର୍କରେ ଏପର୍ଯ୍ୟନ୍ତ ଅମିତ ଶାହଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଚୂଡ଼ାନ୍ତ ସୂଚନା ଜାରି କରାଯାଇ ନାହିଁ। ପୂର୍ବରୁ ରାଜ୍ୟ ସରକାରଙ୍କ କିଛି କାର୍ଯ୍ୟକ୍ରମରେ ଯୋଗଦେବାକୁ ଶାହ ଆସିବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ବିଭିନ୍ନ କାରଣରୁ ଶେଷ ମୁହୂର୍ତ୍ତରେ ସେଗୁଡ଼ିକ ବାତିଲ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ସମବାୟ ବିଭାଗର ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆମନ୍ତ୍ରଣ ଓ ଅନୁରୋଧ କରାଯାଇଛି। ଏହାକୁ ନେଇ ରାଜ୍ୟ ରାଜନୀତିକ ମହଳ ସହ ପ୍ରଶାସନିକ ସ୍ତରରେ ଉତ୍ସୁକତା ବଢ଼ିଛି। ଏବେ ସମସ୍ତଙ୍କ ନଜର ଅମିତ ଶାହଙ୍କ ଦିଲ୍ଲୀ କାର୍ଯ୍ୟାଳୟରୁ ଆସିବାକୁ ଥିବା ଚୂଡ଼ାନ୍ତ ସୂଚନା ଉପରେ ରହିଛି।

Leave a Reply

Your email address will not be published. Required fields are marked *