Mon. Dec 23rd, 2024

ନ୍ୟୁଜ ଡେକ୍ସ: ବଦଳିଲା ପାଗର ମିଜାଜ୍ । ସକାଳୁ ସକାଳୁ କୋହଲା ପାଗ ସହ ଟ୍ଵିନ ସିଟିରେ ଝିପଝିପ ବର୍ଷା । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି । ଆସନ୍ତା ୨ ଦିନ ଯାଏଁ ଏଭଳି ପାଗ ଲାଗିରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇ ନାହିଁ ।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବାୟୁମଣ୍ଡଳର ଉପରି ଭାଗରେ ଟ୍ରାପ ଲାଇନ ରହିଛି । ପଶ୍ଚିମରୁ ପୂର୍ବ ଆଡ଼କୁ ପବନ ବହୁଛି । ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ଵରରେ କୋହଲା ପାଗ ରହିଛି । ରବିବାର ୧୧ ଜିଲ୍ଲା ଏବଂ ସୋମବାର ୧୦ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି।

ମଙ୍ଗଳବାର ରାଜ୍ୟରେ ପୁଣି ଶୁଖିଲା ପାଗ ରହିବ।ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *