Sun. Feb 22nd, 2026

ନ୍ୟୁଜ ଡେକ୍ସ: ଆଉ ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ ବାୟୁ । ଅର୍ଥାତ୍ ମେ ୧୩ ତାରିଖରେ ଆଣ୍ଡାମାନ ଛୁଇଁବ ମୌସୁମୀ ବାୟୁ । ଏନେଇ ସୂଚାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । Xରେ ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସୁଦ୍ଧା ଝାରସୁଗୁଡ଼ା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ।

ଏଠାରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି । ଏହାପରକୁ ରହିଛି ସମ୍ବଲପୁର ଓ ହୀରାକୁଦ ଏଠାରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ବର ଓ କେନ୍ଦୁଝରରେ ୩୨.୨, ଚାନ୍ଦବାଲି ଓ ପୁରୀରେ ୩୨.୬, ରାଉରକେଲାରେ ୩୩.୬, ଭୁବନେଶ୍ବରରେ ୩୨.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ, ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁବ । ସାଧାରଣତଃ ମୌସମୀ ଜୁନରେ କେରଳରେ ପହଞ୍ଚି ଥାଏ । ଜୁନ ୧ରେ କେରଳରେ ପହଞ୍ଚିବା ପରେ ସାରା ଭାରତରେ ବର୍ଷା ହୋଇଯାଇଥାଏ ।

କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏପଟେ ତତଲା କଡ଼େଇରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଉପକୂଳରୁ ଉତ୍ତର, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ। ୧୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *