Thu. Oct 23rd, 2025

ନ୍ୟୁଜ ଡେକ୍ସ:ଆସନ୍ତା ୨୪ ତାରିଖ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମାଲକାନଗରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ତିନି ଦିନ ପରେ ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶା ଓ ଅନ୍ୟ ସ୍ଥାନରେ ଦିନ ତାପମାତ୍ରା କ୍ରମଶଃ ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ । ବିଜଳି ଘଡ଼ଘଡି ସହ କୁଆପଥର ବର୍ଷା ହୋଇପାରେ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବ । ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ମଧ୍ୟ ଆଲର୍ଟ ଜାରି ହୋଇଛି ।

ସେହିପରି ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏରୁ ଦୁଇଟି ସ୍ଥାନରେ ଘଡଘଡି, କୁଆପଥର ମାଡ ସହ ଝଟକା ପବନ ହୋଇପାରେ । ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଶଙ୍କା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *