Sat. Feb 21st, 2026

ନ୍ୟୁଜ ଡେକ୍ସ : ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ସାଧାରଣ ସଭା ବ୍ରହ୍ମପୁରରୁ ଝାରସୁଗୁଡ଼ାକୁ ସ୍ଥାନାନ୍ତର କରାଯାଇଛି।

ବଙ୍ଗୋପସାଗର ଉପରେ ଲଗାତାର ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୨୭ ତାରିଖରେ ଗଞ୍ଜାମ ପରିବର୍ତ୍ତେ ଝାରସୁଗୁଡ଼ା ଅମଲିପାପଲିଠାରେ ବିଶାଳ ଯୁବ ସମାବେଶ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ।

୨୦୨୪ ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ଏହା ରାଜ୍ୟକୁ ତାଙ୍କର ଷଷ୍ଠ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ବର୍ଷାକୁ ଦେଖି ତାଙ୍କର ସାଧାରଣ ସଭା କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡ଼ାକୁ ଏକ ବିକଳ୍ପ ସ୍ଥାନ ଭାବରେ ପ୍ରସ୍ତାବ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *