Sat. Feb 21st, 2026

ନ୍ୟୁଜ ଡେକ୍ସ: ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ୍ ଗେଟ୍ । ସକାଳ ୧୦ଟାରେ ଛଡାଯିବ ପ୍ରଥମ ବନ୍ୟାଜଳ । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ।

ହୀରାକୁଦକୁ ଲକ୍ଷେ କ୍ୟୁସେକ୍ ପାଣି ଆସୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଚଳିତ ବର୍ଷ ପ୍ରଥମ କରି ଆସିଲା ଏତିକି ବନ୍ୟା ପାଣି । ସମ୍ବଲପୁରରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ଯାହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଏହି ନିଷ୍ପତ୍ତି ନେଇଛି। ପ୍ରଥମ ବନ୍ୟାଜଳ ୬ ଜୁଲାଇ ସକାଳ ୧୦ଟାରେ ହୀରାକୁଦ ଡ୍ୟାମ୍ ଜଳଭଣ୍ଡାରର ଗେଟ୍ ନଂ ୭ରୁ ଛଡ଼ାଯିବ ବୋଲି ସୂଚନା ମିଳିଛି।

ହୀରାକୁଦ ଡ୍ୟାମର ତଳ ମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। କାରଣ ବନ୍ୟାଜଳ ଛାଡ଼ିବା ପରେ ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇପାରେ। ତେବେ ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଘନଫୁଟ ରହିଛି।

Leave a Reply

Your email address will not be published. Required fields are marked *