ନ୍ୟୁଜ ଡେକ୍ସ: ଜନତା ମଇଦାନରେ ମେଗା ସୋ । ଆସନ୍ତା ୮ରେ ଜନତା ମଇଦାନରେ ଅନୁଷ୍ଠିତ ହେବ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏହା ୧୦ ଯାଏଁ ଚାଲିବ । ଏହି ମେଗା ଆୟୋଜନରେ ଦେଶ ବିଦେଶର ପ୍ରାୟ ୭ ହଜାର ପ୍ରତିନିଧି ସାମିଲ ହେବେ । ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍ଯାପନୀ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୮ତାରିଖ ରାତି ୮ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯିବେ ମୋଦି । ଏହାପରେ ସେଠାରେ ରାତ୍ରୀ ଯାପନ କରିବେ । ତାପରଦିନ ଅର୍ଥାତ୍ ୯ ତାରିଖ ସକାଳ ୯ଟା ୪୫ରେ ରାଜଭବନରୁ ବାହାରି ଜନତା ମଇଦାନ ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ । ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବ ମୋଦି ।
ଦିନ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବେ ପରେ ଦିନ ୧୧ଟା ୫୫ରେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିବେ । ତେବେ ଆସନ୍ତା ୮ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଯାହା ତା ୧୦ ରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଏବେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ବର । ରାଜ୍ୟରେ ଏବେଠୁ ବିଦେଶ ଅତିଥି ପହଞ୍ଚିଥିବା ବେଳେ ଉକ୍ତ ଦିବସକୁ ସୁରୁଖୁରୁରେ କରିବା ପାଇଁ ଜାରି ରହିଛି ପ୍ରସ୍ତୁତି ।
