ନ୍ୟୁଜ ଡେକ୍ସ : ଆସୁଛି ଆଉ ଦୁଇଟି ଲଘୁଚାପ । ସେପ୍ଟେମ୍ବର ପହିଲାରୁ ପୁଣି ବଢିବ ବର୍ଷା । ସେପ୍ଟେମ୍ବର 3 ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ଅଧିକ ଘନୀଭୂତ ହୋଇ 5ରେ ଅବପାତ ରୂପ ନେବା ସମ୍ଭାବନା ରହିଛି ।
ସେପ୍ଟେମ୍ବର ୩ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତର ଓଡ଼ିଶାର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି। ସେପ୍ଟେମ୍ବର ୫ ତାରିଖ ବେଳକୁ ଏହା ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଅଛି। ତେଣୁ ଅଗଷ୍ଟ ୨୯ ତାରିଖରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ମୌସୁମୀ ଟ୍ରଫ୍ ଏହାର ସ୍ୱାଭାବିକ ସ୍ଥିତିର ଦକ୍ଷିଣରେ ରହିବାର ସମ୍ଭାବନା ଅଛି।ପଛକୁ ପଛ ଦୁଇଟି ଲଘୁଚାପ ଆସୁଥିବା ବେଳେ ଗୋଟିଏ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓ ଆଉ ଗୋଟିଏ ଦ୍ଵିତୀୟ ସପ୍ତାହରେ ରହିଛି ।
ସେହିଭଳି ପାଣିପାଗ ବିଭାଗ ପକ୍ଷରୁ ଆଗମୀ ଦୁଇ ସପ୍ତାହ ପାଇଁ ବିସ୍ତାରିତ ପାଣିପାଗର ପୂର୍ବାନୁମାନ ଜାରି ହୋଇଛି।ବନ୍ୟା ଯୋଗୁ ଲୋକଙ୍କ ସ୍ଥିତି ସଙ୍ଗିନ ହୋଇପଡିଛି । ତେବେ ବନ୍ୟା ଯୋଗୁ ଲୋକେ ଅସୁବିଧା ଭୋଗୁଥିବା ବେଳେ ପୁଣି ଏକ ଲଘୁଚାପ ଚିନ୍ତା ବଢାଇଛି ।ଅଗଷ୍ଟ ୩୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା/ବଜ୍ରପାତ ଏବଂ ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
