Thu. Oct 23rd, 2025

ନ୍ୟୁଜ ଡେକ୍ସ: ବହୁ କଳ୍ପନାଜଳ୍ପନା ପରେ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସିଛି ଜି-୭ ସମ୍ମତଳନୀ ପାଇଁ ନିମନ୍ତ୍ରଣ । ଚଳିତ ବର୍ଷ କାନାଡାରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତକୁ ଏକ ସରକାରୀ ନିମନ୍ତ୍ରଣ ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କୁ କାନାଡା ପ୍ରଧାନମନ୍ତ୍ରୀ ମାର୍କ ଜେ. କାର୍ନିଙ୍କଠାରୁ ଏକ ଫୋନ୍ ଆସିଥିଲା, ଯେଉଁଥିରେ ସେ ଆଗାମୀ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତକୁ ନିମନ୍ତ୍ରଣ କରିଥିଲେ । ଏନେଇ ନିଜ ଏକ୍ସରେ ଧନ୍ୟବାଦ ଜଣାଇଛନ୍ତି ମୋଦି, ଏଥିସହିତ ସୋସିଆଲ ମିଡିଆରେ ପୋଷ୍ଟରେ ଭାରତ ଏବଂ କାନାଡା ମଧ୍ୟରେ ଗଭୀର ସମ୍ପର୍କ ରହିଛି ବୋଲି ମଧ୍ୟ କହିଛନ୍ତି । ଫୋନରେ ବାର୍ତ୍ତାଳାପକୁ ନେଇ ଏକ୍ସ ପୋଷ୍ଟରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପାରସ୍ପରିକ ସହଯୋଗ ଓ ସମ୍ମାନ ସହ ଭାରତ-କାନାଡା ଦ୍ବିପାକ୍ଷିକ ଆଲୋଚନାକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ମୋଦି । G7 ଦୁନିଆର ୭ ବିକଶିତ ଅର୍ଥବ୍ୟବସ୍ଥା ଯଥା ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ବ୍ରିଟେନର ମିଳିତ ସଂଗଠନ ।

ଏଥିରେ ୟୁରୋପୀୟ ସଂଘ, ବିଶ୍ବବ୍ୟାଙ୍କ, ଜାତିସଂଘ ଓ IMF ମଧ୍ୟ ସାମିଲ ଅଛନ୍ତି । ୨୦୨୩ରେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକୁ ନେଇ ତତ୍କାଳୀନ ପିଏମ ଜଷ୍ଟିନ ଟୁଡୁଙ୍କ ଅଭିଯୋଗକୁ ନେଇ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଏବେ ସମ୍ପର୍କରେ ସୁଧାର ଆସିବା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *