Sat. Feb 21st, 2026

ନ୍ୟୁଜ ଡେକ୍ସ: ଭୀଷଣ ତାତି । ଜଳିଲା ସାରା ଓଡ଼ିଶା । ଟକଟକ ହୋଇ ତାତିରେ ଫୁଟିଲା ଝାରସୁଗୁଡ଼ା । ପାରଦ ୪୩ ଡିଗ୍ରୀ ସେଲସିୟସ ଛୁଇଁଲା, ପାଲଟିଗଲା ଦେଶର ସବୁଠାରୁ ଉତ୍ତପ୍ତ ସହର । ଭୁବନେଶ୍ୱର ସମେତ ୧୮ ସହରରେ ତାଉ ୪୦ ଡିଗ୍ରୀ ଡେଇଁଲା ।

ପାଣିପାଗ ପୂର୍ବାନୁମାନ, ଆସନ୍ତା ଦୁଇଦିନ ଟିକିଏ ବି ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହରେ କଲବଲ ହେବ ଓଡ଼ିଶା । ଆହୁରି ୨ଦିନ ପ୍ରବଳ ଖରା ହେବ। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ। ହିଟୱେଭ୍ ନେଇ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ସାଢ଼େ ୧୧ଟାରେ ୩୮ ଟପିଲା ତାପମାତ୍ରା। ୩୮.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଝାରସୁଗୁଡ଼ା ୩୮, ହୀରାକୁଦରେ ୩୭.୪ ଡିଗ୍ରୀ ରହିଛି ତାପମାତ୍ରା।

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ୪ଦିନର ତାତିରେ ଓଡ଼ିଶା ସିଝିବା ପରେ ବଦଳିବ ପାଗ। ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଗ ପରିବର୍ତ୍ତନକୁ ନେଇ ୨ କିମ୍ବା ୩ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *