Fri. Jan 10th, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଜାରି ରହିଛି ଶୀତ ଲହରି । ସକାଳୁ ସକାଳୁ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଆଗ ଅପେକ୍ଷା ତାପମାତ୍ରା ବଢିଥିବା ବେଳେ ଶୀତର ପ୍ରକୋପ ମଧ୍ୟ କମିଛି । ଗତ ଦୁଇଦିନ ହେବ ରାତି ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଯାଏଁ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ବୁଧବାର ରାଉରକେଲା ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ୮ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ୯, କୋରାପୁଟରେ ୯.୨, ସୁନ୍ଦରଗଡ଼ରେ ୧୦.୨, ଫୁଲବାଣୀରେ ୧୦.୫, କେନ୍ଦୁଝରରେ ୧୧, ବଲାଙ୍ଗିରରେ ୧୧.୫, ନବରଙ୍ଗପୁରରେ ୧୧.୬, ଅନୁଗୁଳରେ ୧୨ ଓ ରାୟଗଡ଼ାରେ ପାରଦ ୧୨.୬ ଡିଗ୍ରୀ ରହିଥିଲା ।

ଭୁବନେଶ୍ୱରରେ ୧୫.୩ ଓ ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହାପରେ ପାର୍ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଫଳରେ ରାଜ୍ୟରେ ଶୀତର ପ୍ରକୋପ ଆହୁରି କମିବ । ଏଥିସହିତ ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁହୁଡି ପଡିବ ।

Leave a Reply

Your email address will not be published. Required fields are marked *