ନ୍ୟୁଜ ଡେକ୍ସ: ବାରମ୍ବାର ଦାବି ପରେ ବି ଶୁଣୁ ନାହାନ୍ତି ରାଜ୍ୟ ସରକାର । ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ୧୬ ବର୍ଷ ହେବ ଚୁକ୍ତି ଭିତ୍ତିରେ ସିଏଚସି/ପିଏଚସିରେ କାର୍ଯ୍ୟ କରୁଛନ୍ତି ।
ସବୁ ଆୟୁଷ ଡାକ୍ତରଙ୍କୁ ଚାକିରି ନିୟମିତ କରିବା ପାଇଁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଲା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ଆୟୁଷ ସଂଘ । ଚୁକ୍ତିଭିତ୍ତିକ ଡ଼ାକ୍ତରମାନେ ଚାକିରି ସ୍ଥାୟୀକରଣ ଦାବି କହି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ପ୍ରଶାସନିକ ଉଦାସୀନତା ଅଭାବ ଦେଖିବାକୁ ମିଳିଛି। ଚୁକ୍ତିଭିତ୍ତିକ ଡ଼ାକ୍ତରମାନେ ଚାକିରି ସ୍ଥାୟୀକରଣ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଚିକିତ୍ସା ସହିତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ବ ଦେଇଛି ସର୍ବ ପୁରାତନ ଆୟୁଷ ଚିକିତ୍ସା । ଏହି ପଦ୍ଧତିକୁ ପୁନଶ୍ଚ ମୁଖ୍ୟ ସ୍ରୋତକୁ ଆଣିବାକୁ ବିଧାନସଭାରେ ସମସ୍ତ ବିଧାୟକ ଏକ ବିଧେୟକ ଆଗତ କରିବାକୁ ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ଦାବି ଉପସ୍ଥାପନା କରୁଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ସଂଘ।
