Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ଡିଜିଟାଲିକରଣ ଓ ଡାକ୍ତରଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ, ଆୟୁଷ ଡାକ୍ତରମାନେ ଆଗାମୀ ଦିନରେ କେବଳ ଆୟୁର୍ବେଦିକ ଔଷଧ ହିଁ ପ୍ରେସକ୍ରାଇବ କରିବେ।

ଏଲୋପାଥିକ ଔଷଧ ଲେଖିବାରୁ ସେମାନଙ୍କୁ ନିଷେଧ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟରେ ଆୟୁଷ ଚିକିତ୍ସା ପଦ୍ଧତିକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଛି।ସେହିପରି, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM)କୁ ପ୍ରଥମେ କେଉଁଝର ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯିବ। ସଫଳତା ମିଳିଲେ ଏହାକୁ ସମଗ୍ର ଓଡ଼ିଶାରେ ଲାଗୁ କରାଯିବ।

ଏହି ଡିଜିଟାଲ ମିଶନ ଦ୍ୱାରା ଆପଏଣ୍ଟମେଣ୍ଟ, ରେଫରାଲ୍ ଓ ଫଲୋଅପ୍ ସହଜ ହେବ ଏବଂ ରୋଗୀଙ୍କ ପ୍ରତୀକ୍ଷା ସମୟ କମିବ। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ DNB ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଡାକ୍ତରମାନଙ୍କୁ ସ୍ପେସିଆଲାଇଜେସନ୍ ସୁଯୋଗ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *