Sat. Feb 21st, 2026

ନ୍ୟୁଜ ଡେକ୍ସ : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରୀ ଶିକ୍ଷା ସତ୍ର ପାଇଁ ନାମଲେଖା ଅବଧି ବୃଦ୍ଧି କରାଯାଇଛି। ଏହା ସହିତ ଛାତ୍ରଛାତ୍ରୀଙ୍କୁ ପୁନଃ ପଞ୍ଜୀକରଣ କରିବା ପାଇଁ ମଧ୍ୟ ସୁଯୋଗ ମିଳିବ। ପୁନଃ ପଞ୍ଜୀକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ପଡ଼ିବ।

ଆଗ୍ରହୀ ଛାତ୍ରଛାତ୍ରୀମାନେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଇଗ୍ନୋର ଆଧିକାରିକ ୱେବସାଇଟ୍ https://ignouadmission.samarth.edu.in ରେ ଆବେଦନ କରିପାରିବେ।ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମ ବିଏସ୍‌ସିଏମ୍, ବିକମ୍ଏଫ୍ ଓ ବିଏଏମ୍‌ରେ ନାମଲେଖାଇବାକୁ ଚାହୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଦିଆଯାଇଛି।

ଇଗ୍ନୋର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋଜ କୁମାର ଦାଶ ଏହି ସୂଚନା ଦେଇ ଛାତ୍ରଛାତ୍ରୀମାନେ ସମୟରେ ଆବେଦନ କରି ସୁଯୋଗର ଲାଭ ନେବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *