ନ୍ୟୁଜ ଡେକ୍ସ : ଇନଷ୍ଟାଗ୍ରାମ ଉପଭୋକ୍ତାମାନଙ୍କ ପାଇଁ ମେଟା ଆଣିଛି ବଡ଼ ପରିବର୍ତ୍ତନ। ଏବେ ଯେକୌଣସି ୟୁଜର ଇଚ୍ଛା କରି ଲାଇଭ୍ ଯାଇ ପାରିବେ ନାହିଁ। ନୂଆ ଗାଇଡଲାଇନ୍ ଅନୁସାରେ କେବଳ ପବ୍ଲିକ ଆକାଉଣ୍ଟ ଓ ହଜାରେରୁ ଅଧିକ ଫଲୋୟର୍ ଥିବା କ୍ରିଏଟର୍ମାନେ ମାତ୍ର ଲାଇଭ୍ ଯିବା ସୁବିଧା ପାଇବେ।
ପୂର୍ବରୁ ଯେକୌଣସି ୟୁଜର ଫଲୋୟର୍ ସଂଖ୍ୟା ଯେତେକମ୍ ହେଉ, ଲାଇଭ୍ ଯିବାରେ କୌଣସି ଅସୁବିଧା ନଥିଲା। ହେଲେ ଏବେ ଛୋଟ କ୍ରିଏଟର୍ମାନଙ୍କ ପାଇଁ ଏହା ଏକ ବଡ଼ ଚାଲେଞ୍ଜ୍ ହେଇପାରେ। ନୂଆ ନୂଆ ଆକାଉଣ୍ଟ ଖୋଲି ଅଡିଏନ୍ସ ତିଆରି କରୁଥିବା କ୍ରିଏଟର୍ମାନେ ଏବେ ଲାଇଭ୍ ଯିବା ପାଇଁ ଅଧିକ ଶ୍ରମ କରିବାକୁ ପଡ଼ିବ।ମେଟା ପକ୍ଷରୁ ଏହି ପରିବର୍ତ୍ତନର କାରଣ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ, ମଧ୍ୟେମାନେ ଏହାକୁ ଲାଇଭ୍ ଷ୍ଟ୍ରିମିଂର ଗୁଣଗତା ବଢ଼ାଇବା ଉଦ୍ଦେଶ୍ୟ ଭାବେ ଦେଖୁଛନ୍ତି। ଅଧିକାଂଶ କେସ୍ରେ କମ୍ ଫଲୋୟର୍ ଥିବା ଆକାଉଣ୍ଟର ଲାଇଭ୍ ଭିଡିଓ କ୍ୱାଲିଟି ଖରାପ ଥାଏ ଓ ଦର୍ଶକମାନଙ୍କୁ ଅସନ୍ତୋଷଜନକ ଅନୁଭୂତି ମିଳେ।
ଏହି ନିୟମ ଲାଗୁ କରିବାରେ ଇନଷ୍ଟାଗ୍ରାମ ପ୍ରଥମ ପ୍ଲାଟଫର୍ମ ନୁହେଁ। ପୂର୍ବରୁ ଟିକଟକ୍ ଲାଇଭ୍ ଯିବା ପାଇଁ ଅତି କମ୍ ରେ ଏକ ହଜାର ଫଲୋୟର୍ ଥିବା ନିୟମ ଜାରି କରିଥିଲା। ସେହିପରି, ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ ପାଇଁ ମିନିମମ୍ ୫୦ ସବସ୍କ୍ରାଇବର୍ ରହିବା ଆବଶ୍ୟକ।ଏହି ନୂଆ ନିୟମ ଫଳରେ ଛୋଟ ଓ ନୂଆ କ୍ରିଏଟର୍ମାନେ ନିଜ କଣ୍ଟେଣ୍ଟ ଲାଇଭ୍ ମାଧ୍ୟମରେ ଦେଖାଇବାର ସୁଯୋଗ ହାରାଇ ପାରନ୍ତି, ଯେଉଁଥିରେ ବଡ଼ କ୍ରିଏଟର୍ମାନେ ଅଧିକ ଲାଭ ଉଠାଇପାରିବେ।

