ନ୍ୟୁଜ ଡେକ୍ସ : ପୁଣି ବିମାନ ଦୁର୍ଘଟଣା। ଇଣ୍ଡିଗୋ ବିମାନ ଉଡ଼ାଣ ଭରିବା ସମୟରେ ବିମାନରେ ଆସି ଧକ୍କା ହେଲା ଏକ ବିଶାଳ ପକ୍ଷୀ। ହେଲେ ଭାଗ୍ୟ ଭଲ ସଙ୍ଗେ ସଙ୍ଗେ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଯାଇପାରିଲା।ଅଧିକାରୀଙ୍କ କହିବାନୁଯାୟୀ, ସକାଳେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହେବା ପରେ ବିମାନକୁ ଫେରି ଆସିଥିଲା।
ବିମାନରେ ପ୍ରାୟ ୧୬୦ରୁ ୧୬୫ ଜଣ ଯାତ୍ରୀ ଥିଲା ବେଳେ ଉଡ଼ାଣ ବାତିଲ କରାଯାଇଥିଲା।ଜଣେ ବିମାନ ପ୍ରବକ୍ତା କହିଛନ୍ତି ଯେ ସେପ୍ଟେମ୍ବର ୨ ତାରିଖରେ ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନ 6E 812 ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ସତର୍କତା ସ୍ୱରୂପ, ପାଇଲଟମାନେ ବିମାନକୁ ଏୟାରପୋର୍ଟ ଫେରାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିମାନଟି ନାଗପୁର ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା।
ଯଦି ଦେଖିବା ରବିବାର ଦିନ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ପାଇଲଟ୍ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ।ତେଣୁ ଇନ୍ଦୋର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀ ଫେରି ଆସିଥିଲା ବୋଲି ଏୟାରଲାଇନ୍ସ କହିଛି। ସୂତ୍ର ଅନୁଯାୟୀ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିବା ପୂର୍ବରୁ ବିମାନଟି ୩୦ ମିନିଟ୍ ରୁ ଅଧିକ ସମୟ ପାଇଁ ଆକାଶରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା।

