ନ୍ୟୁଜ ଡେକ୍ସ: ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଶେଷ ଦର୍ଶନ କରିନଥିଲେ, ଉତ୍ତମ ମହାନ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏବେ ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଅନ୍ତିମ ବିଦାୟ ଦେଉଚନ୍ତି, ପ୍ରିୟଜନ ଏବଂ ପରିବାରବର୍ଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ଶେଷ ଦର୍ଶନ କରିବା ସହ ଅମରଆତ୍ମାର ସଦଗତି ପାଇଁ କାମନା କରିଛନ୍ତି । ଏଥିସହିତ ଏଭଳି ଦୁଃଖଦ ସମୟରେ ଉତ୍ତମଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ସମୟରେ ଉତ୍ତମଙ୍କ ସହ ଥିବା ତାଙ୍କର କିଛି ସ୍ମୃତି ମଧ୍ୟ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଯେତେବେଳେ ୨୦୦୮-୦୯ରେ ମୁଖ୍ୟମନ୍ତ୍ରୀ ବିଧାୟକ ଭାବେ କାର୍ଯ୍ୟକରୁଥାନ୍ତି, ସେତେବେଳେ ଉତ୍ତମ କୌଣସି ସିରିୟଲ ସୁଟିଂ ପାଇଁ, ତାଙ୍କ ପରିବାରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କ୍ବାଟରକୁ ଯାଇଥିଲେ ଏବଂ ସେଠି ତାଙ୍କ ସହ ଭେଟିବାର ସୁଯୋଗ ମିଳିଥିଲା । ସେ ବହୁତ ବଡ କଳାକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
