ନ୍ୟୁଜ ଡେକ୍ସ: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍ଡେଟ୍। ଏବେ ମିଳିବନି ସୁଭଦ୍ରା ଟଙ୍କା। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ସରିବା ପରେ ହିତାଧିକାରୀଙ୍କ ଖାତକୁ ଯିବ ଟଙ୍କା। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବାକୁ ନେଇ ଆଶା ରହିଛି। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ର ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବର୍ତ୍ତମାନ ପାଇଁ ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ସ୍ଥଗିତ ରହିଛି।
ସବୁ ପ୍ରକାର ଯାଞ୍ଚ ସରିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିଯିବ ବୋଲି ଆଶା ରହିଛି। ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୪ର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ୪ର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ କୋଟିଏରୁ ଅଧିକ ମହିଳା ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁ ହିତାଧିକାରୀଙ୍କର ବାୟୋମେଟ୍ରିକରେ E-KYC ଶେଷ ଦେଖାଉଛି, ତେବେ ଅଚିନ୍ତା ରୁହନ୍ତୁ। ଯେଉଁମାନେ E-KYC କରିନାହାନ୍ତି, ସେମାନେ ତୁରନ୍ତ ବାୟୋମେଟ୍ରିକ ପ୍ରକ୍ରିୟାରେ E-KYC କରନ୍ତୁ। ଯେଉଁମାନଙ୍କର OTP ଜରିଆରେ E-KYC କରିଛନ୍ତ, ସେମାନେ ବି ବାୟୋମେଟ୍ରିକ ପ୍ରକ୍ରିୟାରେ E-KYC କରିବାକୁ ପଡ଼ିବ। ବାତିଲ ହୋଇଥିବା ୨ ଲକ୍ଷ ୮୧ ହଜାର ଆବେଦନର ୧୫ ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଅପେକ୍ଷାରେ ପଡିଛି । ସେମାନେ ବି ପୋର୍ଟାଲରେ ଆବେଦନ କରିବେ।