Thu. Oct 23rd, 2025

ନ୍ୟୁଜ ଡେକ୍ସ : ମଝି ଆକାଶରେ ଗାୟବ ହୋଇଗଲା ବିମାନ। ୫୦ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଯାତ୍ରୀବାହୀ ବିମାନର ମିଳୁନି ପତ୍ତା । ବିମାନ କୁଆଡେ ଉଭାନ ହୋଇଯାଇଛି । ଗୁଜରାଟ ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଋଷରୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା । ଯେଉଁଠି ଗୋଟିଏ ଯାତ୍ରୀବାହୀ ବିମାନକୁ ନେଇ ଯାଉଥିବା ଖବର ସାମ୍ନାକୁ ଆସିଛି ।

ତେବେ ସୂଚନା ମୁତାବକ, ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷୀୟ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା। ଟିଣ୍ଡା ଯିବା ବେଳେ ଚୀନ ସୀମାନ୍ତ ଅମୁର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ। ବିମାନଟି ସାଇବେରିଆ ସ୍ଥିତ ଅଙ୍ଗାରା ଏୟାରଲାଇନ୍ସର ବୋଲି ଜଣାପଡିଛି। ବିମାନରେ ୫ ପିଲାଙ୍କ ସହ ୪୪ ଯାତ୍ରୀ ଓ ୬ କ୍ରିଉ ସଦସ୍ୟ ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କଲା ଉଦ୍ଧାର ପାଇଁ ଯାଇଥିବା ହେଲିକପ୍ଟର।ଏପର୍ଯ୍ୟନ୍ତ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ପୂରା ବିମାନ ମଧ୍ୟ ମିଳିପାରିନାହିଁ।

୫୦ ଯାତ୍ରୀ ନିଖୋଜ ଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଯାତ୍ରୀବାହୀ ବିମାନ ଆନ ଆନ -୨୪ ସହ ଋଷିଆ ଏୟାର ଟ୍ରାଫିକର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ଜରୁରୀକାଳୀନ ସେବା ଅନୁଯାୟୀ, ବିମାନଟି ଗନ୍ତବ୍ୟସ୍ଥଳରୁ କିଛି କିଲୋମିଟର ଦୂରରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଦୁର୍ଘଟଣା ଘଟିଥିବା ଅଞ୍ଚଳଟି ବୋରିଆଲ୍ ଜଙ୍ଗଲ (ଟାଇଗା) ଦ୍ୱାରା ଘେରି ରହିଛି, ଯାହା ଉଦ୍ଧାର କାର୍ଯ୍ୟରେ ଗୁରୁତର ପ୍ରତିବନ୍ଧକ ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *