Thu. Feb 26th, 2026

ନ୍ୟୁଜ ଡେକ୍ସ : ରାଜଧାନୀର ଏକାମ୍ର ଓ୍ୱାକ୍ସରେ ଆସନ୍ତା ରବିବାର ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ଉତ୍ସବର ଏକ ବିଶେଷ ଧାରା ସଜିବ। ସକାଳ ୧୧ଟା ୩୦ରୁ ଆରମ୍ଭ ହେବାକୁ ଥିବା “ଓଡ଼ିଆ ଭାଷାର ଗୌରବଗାଥା” ସାହିତ୍ୟ ଟ୍ରେଲ୍ ଓ ସନ୍ଧ୍ୟା ୫ଟା ୩୦ରେ କଳାଭୂମିରେ “ଓଡ଼ିଆ ଫିଲ୍ମ ପାନୋରାମା” ସହ ପୂରା କାର୍ଯ୍ୟକ୍ରମ ଶେଷ ହେବ।

ସାହିତ୍ୟ ଟ୍ରେଲ୍‌ରେ ଓଡ଼ିଆ ସାହିତ୍ୟର ବିଭିନ୍ନ ପାଳିମାନଙ୍କୁ ଉଦ୍‌ଘାଟିତ କରି, ବିଶେଷ ଗପକହିବା ଅଧିବେଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ପ୍ରସିଦ୍ଧ ଓଡ଼ିଆ ଗପ ‘ସ୍ୱପ୍ନଭଙ୍ଗ’ ଉପରେ ଆଧାରିତ ଗପକହିବା କାର୍ଯ୍ୟକ୍ରମରେ ଅତିଥିମାନେ ଏକାଠି ବସି ଗପ ଶୁଣି ପାରିବେ, ପ୍ରଶ୍ନ–ଉତ୍ତର ଓ ଆଲୋଚନାରେ ଅଂଶ ନେଇପାରିବେ। ସାହିତ୍ୟପ୍ରେମୀଙ୍କ ପାଇଁ ଏହା ଏକ ଉଷ୍ମ, ଆକର୍ଷଣୀୟ ଓ ଜୀବନ୍ତ ପରିବେଶ ସୃଷ୍ଟି କରିବ।ଏହି ସାହିତ୍ୟିକ ଯାତ୍ରାକୁ ଆହୁରି ରଙ୍ଗିନ କରିବ କନ୍ଧ ସମ୍ପ୍ରଦାୟର ପାରମ୍ପରିକ ଢାପ୍ ନୃତ୍ୟ। ଢାପର ଲୟ ବିବିଧତା ଓ ତାଳରେ ଦର୍ଶକମାନେ ଓଡ଼ିଶାର ଲୋକକଳାର ଉତ୍ସକୁ ଅନୁଭବ କରିପାରିବେ।

ଡିସେମ୍ବର ୧୪ ସନ୍ଧ୍ୟା ୫ଟା ୩୦ରେ କଳାଭୂମିରେ ହେବାକୁଥିବା ସନ୍ଧ୍ୟା ସେସନରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘ଅହଲ୍ୟା’। ପୌରାଣିକ ଚରିତ୍ର ଅହଲ୍ୟାଙ୍କୁ ନୂତନ ଭାବଧାରାରେ ଦେଖାଯାଇଥିବା ଏହି ଫିଲ୍ମରେ ମହିଳାମାନଙ୍କ ଅନ୍ତର୍ନିହିତ ଯନ୍ତ୍ରଣା, ଅବହେଳା ଓ ଭାବନାବୋଧକ ଦୁଃଖକୁ ଗଭୀର ଭାବେ ଚିତ୍ରଣ କରାଯାଇଛି। ଫିଲ୍ମ ପରେ ଡାଇରେକ୍ଟର ବିଜୟ କେତନ ମିଶ୍ର ଦର୍ଶକଙ୍କ ସହ ଆଲୋଚନା କରିବେ ଓ ପ୍ରଶ୍ନର ଉତ୍ତର ଦେବେ।

ଏକାମ୍ର ଓ୍ୱାକ୍ସ ପକ୍ଷରୁ ଇଚ୍ଛୁକ ସାହିତ୍ୟ ଓ ସିନେ ପ୍ରେମୀମାନଙ୍କୁ ekamra-walks.com ମାଧ୍ୟମରେ ସିଟ୍ ବୁକ୍ କରିବାକୁ ଅନୁରୋଧ କରାଯାଇଛି।ଓଡ଼ିଆ ସଂସ୍କୃତି, ସାହିତ୍ୟ ଓ ସିନେମାକୁ ଏକାଠି ଆନିବା ଏହି ଅନୋଠା ଉତ୍ସବ ରବିବାରକୁ ଦର୍ଶକମାନଙ୍କ ପାଇଁ ସ୍ମୃତିମୟ କରିବ ବୋଲି ଆଶା ରଖାଯାଉଛି।

Leave a Reply

Your email address will not be published. Required fields are marked *