Mon. Dec 23rd, 2024

ନ୍ୟୁଜ ଡେକ୍ସ: ‘ଓ୍ବାନ୍ ନେସନ ଓ୍ବାନ୍ ଇଲେକ୍ସନ’ ବା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ଖୁବ୍ ଶୀଘ୍ର ଏହା ସଂସଦର ଶୀତ କାଳୀନ ଅଧିବେଶନରେ ପାରିତ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ମୋଦି ସରକାରଙ୍କ ବହୁ କଥିତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଯଦି ସଂସଦର ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଯାଏ ତେବେ ଏହା ଦେଶରେ ଏକାସାଙ୍ଗରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏକ ବଡ ପଦକ୍ଷେପ ହେବ ।

ସଂସଦର ଚଳିତ ଶୀତ ଅଧିବେଶନରେ ସରକାର ଏକ ଦେଶ-ଏକ ନିର୍ବାଚନ ବିଲ୍ ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏ ସଂକ୍ରାନ୍ତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସରକାର ଏହି ବିଲ୍ ଉପରେ ସହମତି ଆଣିବାକୁ ପ୍ରୟାସ କରୁଛନ୍ତି । ଆବଶ୍ୟକ ସ୍ଥଳେ ବିଲ୍ ଉପରେ ଅଧିକ ଆଲୋଚନା ପାଇଁ ତାକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବାକୁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଜେପିସି ଏହି ବିଲ୍ ଉପରେ ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବ । ବିଭିନ୍ନ ରାଜ୍ୟର ବିଧାନସଭା ବାଚସ୍ପତି, ବିଭିନ୍ନ ବିଭାଗର ବିଶେଷଜ୍ଞ ଓ ଅନ୍ୟ ହିତଧାରକଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ।

ଏହି ପ୍ରସଙ୍ଗରେ ସାଧାରଣ ଜନତାଙ୍କ ମତାମତ ବି ନିଆଯିବ । ସହମତି ବିନା ଏଭଳି ଏକ ବଡ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହଜ ହେବନାହିଁ । ଆରମ୍ଭରୁ ଏକ ଦେଶ ଏକ ନିର୍ବାଚନ ସମର୍ଥନରେ ରହିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଥିବା ବ୍ୟବସ୍ଥାକୁ ବଦଳାଇବା ବହୁତ ଅହ୍ବାର୍ଣ୍ଣପୂର୍ଣ୍ଣ ରହିଛି । ଏ ନେଇ ସହମତି ରହିବା ଆବଶ୍ୟକ । ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେଲେ ସମ୍ବିଧାନ ସଂଶୋଧନ ପାଇଁ ୬ଟି ବିଲ୍ ଆଣିବାକୁ ପଡିବ । ଏହା ଉପରେ ସଂସଦରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି ଆବଶ୍ୟକ।

Leave a Reply

Your email address will not be published. Required fields are marked *