Mon. Dec 23rd, 2024

ନ୍ୟୁଜ ଡେକ୍ସ: ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକ୍‌ ଯୁଦ୍ଧ ଓ ନାରାବାଜୀ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଣ୍ଟେଙ୍ଗେ ତୋ କଟେଙ୍ଗେ’ର ସ୍ଲୋଗାନ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ହୈ ତୋ ସେଫ୍‌ ହୈ ସ୍ଲୋଗାନ ଦେଇଛନ୍ତି।

ତେବେ ସୂଚନା ମୁତାବକ, ନିକଟରେ ମହାରାଷ୍ଟ୍ରର ଧୁଲେରେ ହୋଇଥିବା ଏକ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ଦଳର ଏକମାତ୍ର ଏଜେଣ୍ଡା ହେଉଛି ଗୋଟିଏ ଜାତି, ଧର୍ମ ବା ସଂପ୍ରଦାୟକୁ ଅନ୍ୟଟି ବିରୋଧରେ ଉସୁକାଇବା। ଦେଶରେ ବିଭାଜନକୁ ବିରୋଧ କରି ବିଜେପି ଏହି ‘ଏକ୍‌ ହେ ତୋ ସେଫ୍‌ ହେ’ ବା ଏକତା ହିଁ ନିରାପତ୍ତା ଶୀର୍ଷକକୁ ତାହାର ମୁଖ୍ୟ ନିର୍ବାଚନ ପ୍ରଚାର ସ୍ଲୋଗାନ ଭାବେ ପ୍ରୟୋଗ କରୁଛି।

ପ୍ରଧାନମନ୍ତ୍ରୀ ଆହୁରି ବି ଅଭିଯୋଗ ଆଣି କହିଛନ୍ତି ଯେ ‘‘କଂଗ୍ରେସ ଚାହୁଁନାହିଁ ଯେ ଅନୁସୂଚୀତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକ ଉଚିତ ପରିଚୟ ନପାଆନ୍ତୁ। ମୋଦିଙ୍କ ଏହି ନାରାକୁ କଂଗ୍ରେସ ଓ କିଛି ବିରୋଧୀ ଦଳ ବିରୋଧ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଭୟ ଏବଂ ଅସୁରକ୍ଷିତତାର ଫାଇଦା ଉଠାଇବାକୁ ଚାହୁଁଛି, ଯାହା ସାମାଜିକ ଧ୍ରୁବିକରଣକୁ ଆହୁରି ଗଭୀର କରିପାରେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ଦେଶ ପାଇଁ ପ୍ରକୃତ ବିପଦ ହେଉଛି ବିଜେପି ଏବଂ ଆର୍‌ଏସ୍‌ଏସ୍‌।

Leave a Reply

Your email address will not be published. Required fields are marked *