ନ୍ୟୁଜ ଡେକ୍ସ : ଏଣିକି ପିଏମ୍ ପୋଷଣ ସ୍କିମ୍ ରେ ସ୍କୁଲ୍ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉ ନଥିଲେ ମିଳିବ ଫଳ ।
DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ ଅଫିସର । ରାଜ୍ୟ ଶିକ୍ଷା ବିଭାଗର ନିଷତ୍ତି, ଯେଉଁ ସ୍କୁଲ ପିଲା ଆମିଷ ଖାଉନଥିବେ ସେମାନଙ୍କୁ ମିଳିବ ଫଳ ।
ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଡ୍ ଡେ ମିଲରେ ଅଣ୍ଡା ବଦଳରେ ସେମାନଙ୍କୁ ଅଣ୍ଡା ମୂଲ୍ୟର ଫଳ ଦିଆଯିବ । କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
