Thu. Oct 23rd, 2025

ନ୍ୟୁଜ ଡେକ୍ସ :ଏଣିକି ଆଉ ବ୍ୟବହାର ହେବନି ‘ହରିଜନ’ ଶବ୍ଦ । ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ ଏହି ଶବ୍ଦ । ଜାତିଗତ ପ୍ରମାଣ ପତ୍ରରେ ବି ଏହି ଶବ୍ଦ ରହିବନି । ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ‘ହରିଜନ’ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ପ୍ରକାରର ବ୍ୟବହାରରେ ଦେଖାଯିବନାହିଁ।

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ତାଲିକାଭୁକ୍ତ ସମ୍ପ୍ରଦାୟଗୁଡ଼ିକୁ ସୂଚିତ କରିବା ପାଇଁ ଉଁ ‘ଅନୁସୂଚିତ ଜାତି’ (ଇଂରାଜୀରେ କିମ୍ବା ଓଡ଼ିଆ କିମ୍ବା ଅନ୍ୟାନ୍ୟ ସ୍ୱୀକୃତିପ୍ରାପ୍ତ ଜାତୀୟ ଭାଷାରେ ଏହାର ସମକକ୍ଷ) ଶବ୍ଦ ବ୍ୟବହାର କରାଯିବା ଉଚିତ୍।ଏହି ପରିବର୍ତ୍ତନ ବିଷୟରେ କର୍ମଚାରୀମାନଙ୍କୁ ସୂଚନା ଦେବାକୁ ଏବଂ ସେହି ଅନୁସାରେ ବିଦ୍ୟମାନ ଡକ୍ୟୁମେଣ୍ଟ ଏବଂ ରେକର୍ଡଗୁଡ଼ିକୁ ଅପଡେଟ୍ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *