Thu. Oct 23rd, 2025

ନ୍ୟୁଜ ଡେକ୍ସ : ଚୀନ୍ ଟେକ୍ କମ୍ପାନୀ ଏପରି ଏକ ଦାବି କରିଛି ଯେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେଣି । ଏପର୍ଯ୍ୟନ୍ତ ଆମେ ଦେଖିଛୁ ଯେ ରୋବୋଟ୍ ଏବଂ ଏଆଇ ମଣିଷର ଭାବନା କଥାବାର୍ତ୍ତା, ଶୁଣିବା ଏବଂ ବୁଝିବାରେ ସକ୍ଷମ ହୋଇଗଲେଣି। ଏଣିକି ଛୁଆ ଜନ୍ମ କରିବ ରୋବୋଟ୍ ।

ଏହି ଦାବି ଚୀନ୍ କମ୍ପାନୀ କିୱା ଟେକ୍ନୋଲୋଜି କରିଛି ।ଚର୍ଚ୍ଚାରେ ଗର୍ଭବତୀ ରୋବୋଟ୍- କିୱା ଟେକ୍ନୋଲୋଜି କହିଛି ଯେ ସେମାନେ ଏପରି ଏକ ରୋବୋଟ୍ ବିକଶିତ କରୁଛନ୍ତି ଯାହା ମଣିଷ ପରି ଗର୍ଭବତୀ ହୋଇପାରିବ ଏବଂ ତା’ ଗର୍ଭରେ ଏକ ସନ୍ତାନକୁ ଜନ୍ମ ଦେବ ।ଦି ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଏହି ପ୍ରଯୁକ୍ତିବିଦ୍ୟା ଗର୍ଭଧାରଣରୁ ପ୍ରସବ ପର୍ଯ୍ୟନ୍ତ ଗର୍ଭଧାରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନୁକରଣ କରିବ। ଏକ ଚୀନ୍ ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘କାଇଓ୍ବା’ ବିଶ୍ୱର ପ୍ରଥମ ଗର୍ଭଧାରଣ କରିପାରୁଥିବା ରୋବୋଟ୍ ତିଆରି କରୁଛି । ଯାହା ଗର୍ଭଧାରଣର ଅନୁକରଣ କରିପାରିବ। ଅର୍ଥାତ୍, ଏହା ମଣିଷ ପରି ଗର୍ଭବତୀ ହୋଇପାରିବ ।

ଏହି ରୋବୋଟ୍ ଆଗାମୀ ଏକ ବର୍ଷକ ମଧ୍ୟରେ ଅର୍ଥାତ୍ ୨୦୨୬ରେ ଲଞ୍ଚ ହେବାର ଆଶା କରିଛି କମ୍ପାନୀ । ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୟୁଆନ୍ ବା ୧୨ ଲକ୍ଷ ଭାରତୀୟ ଟଙ୍କା ହେବ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।ପ୍ରଯୁକ୍ତି ବିଦ୍ୟାରେ ପୂର୍ବରୁ ମହିଳମାନେ ଆଇଭିଏଫ୍ ଏବଂ ସରୋଗେସି ମାଧ୍ୟମରେ ନିଜେ ମା’ ନହୋଇ ମଧ୍ୟ ସନ୍ତାନ ସୁଖ ଲାଭ କରୁଥିଲେ ।

କିନ୍ତୁ କାଇୱା ଟେକ୍ନୋଲୋଜି ଦ୍ୱାରା ତିଆରି ହେଉଥିବା ଏହି ରୋବୋଟ୍ ପାରମ୍ପରିକ IVF କିମ୍ବା ସରୋଗେସି ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ଏକ ବିଶେଷ ପ୍ରକାରର ଇନକ୍ୟୁବେସନ ପଡ୍ ଏବଂ ରୋବୋଟିକ୍ ପେଟ ରହିବ, ଯାହା ମହିଳାଙ୍କ ଗର୍ଭରେ ଥିବା ପରିବେଶ ପରି ପରିବେଶ ପ୍ରଦାନ କରିବ । ଏହି ରୋବୋଟ୍ ଗର୍ଭଧାରଣ ଠାରୁ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପ୍ରତିରୂପିତ କରିବାକୁ ଚେଷ୍ଟା କରିବ।

Leave a Reply

Your email address will not be published. Required fields are marked *