Thu. Oct 23rd, 2025

ନ୍ୟୁଜ ଡେକ୍ସ : ଏଥର ବାଲି ଯାତ୍ରା ନାଁ ହେବ “ଐତିହାସିକ ବାଲି ଯାତ୍ରା କଟକ 2025” । ଆଗରୁ କେବଳ ଐତିହାସିକ ବାଲି ଯାତ୍ରା ଲେଖାଯାଉଥିଲା । ଚଳିତ ବର୍ଷ ନଭେମ୍ବର 5ରୁ 12 ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ ।କେବଳ ତଳ ପଡ଼ିଆରେ ଆୟୋଜିତ ହେବ ବାଲିଯାତ୍ରା ।

ଭିଡ ଏବଂ ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି ଉପର ବାଲିଯାତ୍ରା ପଡ଼ିଆରେ ହେବ ନାହିଁ ବାଲିଯାତ୍ରା ।କେବଳ ତଳ ବାଲିଯାତ୍ରା ପଡ଼ିଆରେ ହେବ ଚଳିତ ବାଲିଯାତ୍ରା । ସେହିପରି ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲିଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ବିଶେଷ କରି ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ ।

ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ । Society Registration App ରେ ଯିଏ ପଞ୍ଜୀକୃତ ଥିବେ ସେମାନେ ଆବେଦନ କରିପାରିବେ । ପ୍ରତି ଟ୍ରୁପକୁ ୨୦ ମିନିଟ୍ ଦିଆଯିବ ପରିବେଷଣ ପାଇଁ । ଏହା ସହ ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏଥିରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *