Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦେଶରେ ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ରେଳରେ ଯାତ୍ରା କରନ୍ତି। କିନ୍ତୁ ଚୋରି ହୋଇଯିବା ଭୟରେ ଲୋକମାନେ ସାଂଗରେ ଟଙ୍କା ନେଇ ଯାତ୍ରା କରିବାକୁ ପଛଘୁଞ୍ଚା ଦିଅନ୍ତି। ହେଲେ କୌଣସି କାରଣରୁ ଯେତେବେଳେ ୟୁପିଆଇ ଚାଲେ ନାହିଁ ସେତେବେଳେ କ୍ୟାସ୍ର ଆବଶ୍ୟକତା ପଡ଼ିଥାଏ। ଆଉ ଏଥିପାଇଁ ଲୋକେ ନାନା ହଇରାଣ ହରକତ ହୁଅନ୍ତି।

ରେଳବାଇର ଅଧିକାରୀଙ୍କ କହିବା ଅନୁସାରେ, ଟ୍ରେନରେ ଏଟିଏମ ସ୍ଥାପନର ପରୀକ୍ଷଣର ଫଳାଫଳ ଭଲ ଥିଲା । ଏହି ଏଟିଏମ ରେଳବାଇର ଭୁସାଭଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟରେ ଏକ ସହଯୋଗରେ ନିର୍ମିତ ହୋଇଛି । ଏବେ ଲୋକମାନେ ଚଳନ୍ତା ଟ୍ରେନରେ ମଧ୍ୟ ଟଙ୍କା ଉଠାଇ ପାରିବେ । ମେସିନର କାର୍ଯ୍ୟଦକ୍ଷତା ଉପରେ ନିରନ୍ତର ତଦାରଖ କରାଯିବ । ସିସିଟିଭି କ୍ୟାମେରା ମାଧ୍ୟମରେ ୨୪ ଘଣ୍ଟା ଏଟିଏମ ଉପରେ ନଜର ରଖାଯାଇଛି । ଏହି ଏଟିଏମରେ କେବଳ ଟଙ୍କା ଉଠାଇ ହେବ ତାହା ନୁହେଁ ବରଂ ଏଥିରେ ଚେକ୍ ବୁକ୍ ମଗାଇବା ଏବଂ ଷ୍ଟେଟମେଣ୍ଟ ପାଇବାରେ ମଧ୍ୟ ସାହାଯ୍ୟ କରିବ । ଯଦି ଅନ୍-ବୋର୍ଡ ଏଟିଏମ୍ ସେବା ଲୋକପ୍ରିୟ ହୁଏ, ତେବେ ଏହାକୁ ଅନ୍ୟ ପ୍ରମୁଖ ଟ୍ରେନଗୁଡ଼ିକରେ ମଧ୍ୟ ସ୍ଥାପନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।ଭୁସାଭଲ ଡିଆରଏମଙ୍କ କହିବା ଅନୁଯାୟୀ, ଏହି ସ୍ୱତନ୍ତ୍ର ସୁବିଧାର ପ୍ରାରମ୍ଭିକ ଫଳାଫଳ ଭଲ ରହିଛି। ଏବେ ଲୋକମାନେ ଚଳନ୍ତା ଟ୍ରେନରେ ମଧ୍ୟ ଟଙ୍କା ଉଠାଇ ପାରିବେ।

ମେସିନର କାର୍ଯ୍ୟଦକ୍ଷତା ନିରନ୍ତର ତଦାରଖ କରାଯିବ, କାରଣ ଅନେକ ସ୍ଥାନରେ ଯେଉଁଠାରେ ନେଟୱାର୍କ ସମସ୍ୟା ଅଛି, ସେଠାରେ ଟଙ୍କା ଉଠାଇବାରେ କିଛି ଅସୁବିଧା ହେଉଛି। ଟ୍ରେନ୍ରେ ଲାଗିଥିବା ଏଟିଏମ୍ଟି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏଟିଏମ୍। ରେଳବାଇର ଭୁସାଭଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟରେ ସହଭାଗୀତା ଅଧୀନରେ ଟ୍ରେନରେ ଏଟିଏମ୍ ସୁବିଧା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *