Thu. Oct 23rd, 2025

ନ୍ୟୁଜ ଡେକ୍ସ : କୋଣାର୍କରୁ ଭୁବନେଶ୍ୱର ଗଡ଼ିବ ଟ୍ରେନ୍ । ଗୋପ, ନିମାପଡ଼ା ଦେଇ ଭୁବନେଶ୍ୱରକୁ ଗଡ଼ିବ ଟ୍ରେନ୍ ।ନୂଆ ରେଳଲାଇନ୍ ପାଇଁ ଚୂଡ଼ାନ୍ତ ସର୍ଭେକୁ ମଞ୍ଜୁରି ମିଳିଥିବା କହିଲେ ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡ଼ା ।

ଏହି ଉପଲବ୍ଧି ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ରେଳ ପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ।

ଏହା ଦ୍ୱାରା ନିମାପଡା ଓ ଗୋପ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ସହ ଆଞ୍ଚଳିକ ପରିବହନ ଓ ଯୋଗାଯୋଗ ମଧ୍ୟ ସୁଗମ ହୋଇପାରିବ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଚିଠିରେ ଉଲ୍ଲେଖ କରିଥିଲେ ।ଏହି ମଞ୍ଜୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *