ନ୍ୟୁଜ ଡେକ୍ସ : ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ ସକ୍ରିୟ ରହିଛି । ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଫଳରେ ଆଜି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦିନସାରା ଲାଗି ରହିବ ବର୍ଷା । ତେବେ ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।
କେନ୍ଦ୍ରୀୟ ଓଡ଼ିଶାରେ ୨୮ ତାରିଖ ପରେ ଓ ବାକି ଜିଲ୍ଲାରେ ୩୦ ତାରିଖ ପରେ ସାର ପକାଇବାକୁ ସେ ପରାମର୍ଶ ଦେଇଛନ୍ତି । ୩୧ ତାରିଖରୁ ସେପ୍ଟେମ୍ବର ୩ ତାରିଖ ଯାଏ ରାଜ୍ୟର କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି । ପାଣିପାଗ ବିଭାଗ କହିଛି, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଲଘୁଚାପ ସମାନ ସ୍ଥାନରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର ପଶ୍ଚିମ ମୁହାଁ ହୋଇ ଝାଡ଼ଖଣ୍ଡ ଆଡ଼କୁ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବ ।
ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଥିବା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ୨୫ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପ୍ରଭାବରେ ୨୭ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ଶନିବାର ସୁନ୍ଦରଗଡ଼ରେ ୪୦.୨ ମିମି ବର୍ଷା ହୋଇଛି । ଝାରସୁଗୁଡ଼ାରେ ୩୦.୪, ତାଳଚେରରେ ୧୫.୪, କେନ୍ଦୁଝରରେ ୧୪.୫, ରାଉରକେଲାରେ ୭.୮, ଦେବଗଡ଼ରେ ୫.୪ମିମି ବର୍ଷା ହୋଇଛି ।
